miscellinous cartoon
miscellinous cartoon

ବୃକ୍ଷଠାରୁ ନେଇ ସମୁଦ୍ର ପର୍ଯ୍ୟନ୍ତ ଏଗୁଡିକ ଦୁନିଆର ଗଜବ ହୋଟେଲ

ଯଦି ଆପଣ ଭ୍ରମଣ କରିବାର ସୌକ ରଖୁଛନ୍ତି ତେବେ ଜାଣନ୍ତୁ ଦୁନିଆର କେତେକ ଅଜବ ହୋଟେଲ ସମ୍ପର୍କରେ । ଯାହାକି ସମୁଦ୍ର ଭିତରେ ବୃକ୍ଷ ଉପରେ ଅବସ୍ଥିତ । 

୧-  କୁକୁର ଥିମ ନିର୍ମିତ ଏହି ହୋଟେଲ ଆମେରିକାର ନର୍ଥ ସେଂଟ୍ରାଲ ଇଡାହୋରେ ଅବସ୍ଥିତ । ଏହା ଦେଖିବାକୁ କୁକୁର ଭଳି । ଏହି ହୋଟେଲରେ କୁକୁରର ମୁଣ୍ଡ ଭାଗରେ ଥିବା ଅଂଶରେ ବେଡ ରୁମ୍ ନିର୍ମାଣ କରା ଯାଇଛି । 

୨-  କୟାପସୁଲ ବୈଲ୍ୟୁ ନାମକ ହୋଟେଲ ଜାପାନର ଟୋକିଓରେ ଅବସ୍ଥିତ । ଏହିଭଳି ହୋଟେଲ ଗୁଡିକ ଚୀନରେ ମଧ୍ୟ ଦେଖିବାକୁ ମିଳେ । ହୋଟେଲର ରୁମ ଗୁଡିକ କ୍ୟାପସୁଲ ଭଳି ତିଆରି କରା ଯାଇଛି । ଗୋଟିଏ ହୋଟେଲରେ ୫୦ ରୁ ୬୦ଟି ରୁମ ରହିଥାଏ । ଏହା ଭିତରେ ସବୁ ପଦରକାରର ସୁବିଧା ଉପଲବ୍ଧ ଥାଏ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଏହି ହୋଟେଲର ରୁମ ଗୁଡିକ ସସ୍ତା ଥାଏ । 

୩-  ଏହି ହୋଟେଲ ସ୍ପେନରେ ଅବସ୍ଥିତ । ଯାହାର ଡିଜାଇନ ଫ୍ରୈଙ୍କ ଜେରି କରିଛନ୍ତି । ଏହାର ନିର୍ମାଣ ମେ ୨୦୦୩ରେ ଆରମ୍ଭ ହୋଇ ୨୦୦୬ରେ ଶେଷ ହୋଇଥିଲା । ଏଥିରେ ୪୩ଟି ବଖରା ଏବଂ ୩ଟି ରେଷ୍ଟୁରାଂଟ ରହିଛି । ମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ଏହି ହୋଟେଲ ଥିବା କାରଣରୁ ଏଥିରେ ବିଭିନ୍ନ ପ୍ରକାରର ମଦର ରଙ୍ଗରେ ଚିତ୍ରିତ କରା ଯାଇଛି । 

୪- ପଏଟାଗୋନିଆର ହିଲୋ ହିଲୋ ଘଂଚ ଜଙ୍ଗଲରେ ଥିବା ଏହି ହୋଟେଲରୁ ଆପଣ ଜ୍ୱାଳାମୁକୀ ଭିତରେ ରହିବା ଅନୁଭୂତି କରି ପାରିବେ । ଜ୍ୱାଳାମୁକୀ ଆକାରରେ ନିର୍ମିତ ଏହି ହୋଟେଲର ଝରଣା ବହୁଥିବାର ଦେଖିବାକୁ ମିଳିବ । ପାହାଡ ଉପରେ ଜଙ୍ଗଲ ମଧ୍ୟରେ କୋଠରୀ ନିର୍ମାଣ କରା ଯାଇଛି । ବୃକ୍ଷ ଗଣ୍ଡିରେ ବାଥ ଟବ ମଧ୍ୟ ତିଆରି କରା ଯାଇଛି ।