miscellinous cartoon
miscellinous cartoon

ହାତୀ ଆକ୍ରମଣ!! ଜଣେ ମୃତ, ୨ ଗୁରୁତର

ଖୋର୍ଦ୍ଧା/ ବଣାଇ: ରାଜ୍ୟରେ ଦିନକୁ ଦିନ ହାତୀ ଏବଂ ମଣିଷ ଭିତରେ ଲଢେଇ ବଢି ଚାଲିଛି | ଏଠି ଯୋଗୁ ଅନେକ ବାର ହାତୀମାନେ ମୃତ୍ୟୁ ମୁଖରେ ପଢୁଥିଲାବେଳେ ମଣିଷ ମାନେ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି |ଗତ କଲି ରାଜ୍ୟରେ ଦୁଇଟି ସ୍ଥାନରେ ହାତୀ ଆକ୍ରମଣ ହୋଇଛି |ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି | ସୁନ୍ଦରଗଡ଼ ଜିଲ୍ଲା ବଣାଇର ତାମଡ଼ା ରେଞ୍ଜରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ କୁଲେଇବଗା ଗାଁର ବୋଲି ଜଣ ପଢିଛି | ସକାଳୁ ଘରୁ ବାହାରିଥିବା ବେଳେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ |
ସେହିପରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ଭୂଷଣ୍ଡପୁର ଷ୍ଟେସନ ପାଖରେ ହାତୀ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ଦୁହିଁଙ୍କୁ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତ ରାତିରେ ଏକ ହାତୀପଲ ଭୂଷଣ୍ଡପୁର ଷ୍ଟେସନ୍‌ ଅଞ୍ଚଳକୁ ଆସିଥିଲେ। ସେଥିମଧ୍ୟରୁ ଗୋଟିଏ ହାତୀ ଜନବସତିକୁ ପଶି ଆସି ଆତଙ୍କ ଖେଳାଇ ଥିଲା।