miscellinous cartoon
miscellinous cartoon

କଳିଙ୍ଗ ଷ୍ଟାଡିଅମରେ ଭାରତର ଗୋଲ ବର୍ଷା | ୫-୦ରେ ଦକ୍ଷିଣଆଫ୍ରିକାକୁ ହରାଇଲା |

 

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି | ଦକ୍ଷିଣ ଆଫ୍ରିକା ଭଳି ଏକ ଶକ୍ତିଶାଳୀ ଦଳକୁ ଶୋଚନୀୟ ଭାବରେ ୫-୦ ଗାଲରେ ଧୂଳି ଚଟାଇଛି | ମ୍ୟାଚର ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୨-୦ରେ ଆଗୁଆ ଥିଲାବେଳେ ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟରରେ ଗୋଲ ବର୍ଷା କରି ଦକ୍ଷିଣ ଆଫ୍ରିକାକୁ ପୁରା ବ୍ୟାକଫୁଟକୁ ଠେଲିଦେଇଥିଲା | 
ଦଳ ତରଫରୁ ଫରୱାର୍ଡ଼ ଖେଳାଳି ମନ୍ଦୀପ ସିଂ ପ୍ରଥମ ଗୋଲ କରିଥିଲେ | ଏହା ପରେ ଆକାଶଦୀପ ସିଂ, ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ ଦେଇଥିଲା ବେଳେ ସିମରଂଜିତ ସିଂ ୨ଟି ଗୋଲ ଦେଇଥିଲେ | ଏହି ମ୍ୟାଚ ଦେଖିବା ପାଇଁ ଓଡିଶା ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖା ଦେଇଥିଲା | ଉପସ୍ଥିତ ଦର୍ଶକଙ୍କ ଉତ୍ସାହରେ ଭାରତୀୟ ଦଳ ଆଶାଠାରୁ ଅଧିକ ପ୍ରଦର୍ଶନ ଦେଖାଇଥିଲା | ଏହି ମ୍ୟାଚ ଭାରତୀୟ ହକି ଦଳର ମନୋବଳ ବଢାଇବା ସହ ରବିବାର ବେଲଜିଅମକୁ ହରାଇବା ପାଇଁ ପୁରା ପ୍ରସ୍ତୁତ ଅଛି |

ଅନ୍ୟପଟେ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ କାନାଡ଼ା ଓ ବେଲଜିୟମ୍‌। ଏଥିରେ  ବେଲ୍‌ଜିୟମ୍‌ କାନାଡ଼ାକୁ ୨-୧ ଗୋଲ୍‌ ହରାଇ ନିଜର ଅଭିଯାନ ଆରମ୍ଭ କରିଛି। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ଏଥିରେ ମୋଟ ୩୬ଟି ମ୍ୟାଚ୍ ରହିଛି। ଡିସେମ୍ବର୍ ୧୬ରେ ଅନୁଷ୍ଠିତ ହେବ ଗ୍ରାଣ୍ଡ ଫିନାଲେ।