miscellinous cartoon
miscellinous cartoon

ଆମେ ମେଣ୍ଢା ନୁହେ ରେ ଭାଇ ଆମେ ମଣିଷ, ଆମର ତ ଟଙ୍କା ଦରକାର

ଏଇ କାଲି ସଖାଳେ ଗୋଟିଏ ନିର୍ବାଚନ ପ୍ରଚାର ସଭା ରେ ଯାଇଥିଲି | ସଭା ରେ ବହୁତ ମାନ୍ୟ ଗଣ ବ୍ୟକ୍ତି ମାନେ ଥିଲେ | ଲାଗୁଥିଲା ଯେମିତି ସତରେ ରାମରାଜ୍ୟ ଫୁଣି ଫେରୁଛି ଆମ ଗାଁ କୁ | ଗାଡି ରେ ମାଗଣା ତେଲ ପଡିଲା | ଜଳଖିଆ ବି ମାଗଣା ରେ ମିଳିଲା | ବହୁତ ଆନନ୍ଦ ଲାଗୁଥାଏ ଯେ ଏମିତି ଏକ ନେତା ଆମ ଗାଁ କୁ ଆସିଥିବାରୁ |

କିଛି ସମୟ ପରେ ନେତା ବି ଭାଷଣ ଦେଲେ ହେଲେ ତାଙ୍କ କଥା ଶୁଣି ମୋ ମୁଣ୍ଡ ଟିକେ ବୁଲାଇଲା | ସେ କହିଲେ ଯଦି ସେ ଆଗାମୀ ନିର୍ବାଚନ ରେ ଜିତିବେ ତେବେ ସେ ଗାଁ କୁ ୩୫ ଲକ୍ଷ ଟଙ୍କା MLA ପାଣ୍ଠି ରୁ ଦେବେ |

ହଉ ଯାହା ହଉ ମୋ ପାଳି ଆସିଲା କହିବାକୁ | ମୁ ପ୍ରଥମେ ମନା କଲି କିଛି କହିବାକୁ ଆଉ କିଛି କୁଜି ନେତା ମଧ୍ୟ ମୋତେ ବାରଣ କଲେ ସଭା ଉପରକୁ ଉଠିବାକୁ ହେଲେ କିଛି ଟୋକା କହିବାରୁ ମୁ ଗଲି କହିବାକୁ | ଆଉ ପଚାରିଲି ଟିକେ ତେଲ ଦର କମାଇବାକୁ | ନେତା କହିଲେ ସେଇଟା କେନ୍ଦ୍ର ହାତରେ | ମୁ କହିଲି ହଉ ରାଜ୍ୟ ର ଯେଉଁ ଟିକସ ନେଉଚ ତାକୁ କାମଉନା | ସେ କହିଲେ ତେବେ ରାଜ୍ୟ କେମିତି ଚାଲିବ | ମୁ କହିଲି ହଉ ତେବେ ଗାଁ କୁ ଯେଉଁ ୩୫ ଲକ୍ଷ ଟଙ୍କା ଦେବ ସେଇଟା କୋଉଠୁ ଆଣିବ ଓ ସେଇଟା କାହା ପଇସା | ସେ କହିଲେ ସେଇଟା ସରକାରୀ ପଇସା | ମୁ ପଚାରିଲି ତେବେ ସେ ପଇସା କୋଉଠୁ ଆସିଲା | ସେ କହିଲେ ଆପଣ ମାନେ ଦେଇଥିବା ଟିକସ ରୁ ଆସିଛି | ମୁ ପଚାରିଲି ତେବେ ତାର ମାଲିକ କିଏ | ସେ କହିଲେ ଆପଣ ମାନେ ତାର ମାଲିକ | ମୁ ପଚାରିଲି ତେବେ ଆପଣ କଣ ଦେଲେ, ଯିଏ ତା ନେତା ହେବ ସେଇଟା ଦେଇପାରିବ ତେବେ ଆପଣ କଣ ଦେଲେ |  ମୋ କଥା ଶୁଣି ନେତା ରାଗିଗଲେ ଓ କୁଜି ନେତା ଙ୍କୁ ଲଗେଇ ମୋତେ ସଭା ରୁ ବାହାର କରିଦେଲେ |

ହେଲେ ଫେରିଲା ବେଳେ ମୋର ସେଇ ମେଣ୍ଢା ଗପ ମାନେ ପଡିଲା ଯୋଉଥିରେ ମେଣ୍ଢା ମାନଙ୍କ ର ନେତା କହିଲେ ସମସ୍ତଙ୍କୁ ଅରିଜିନାଲ ଲେଦର କମଳ ଦିଆ ଯିବା ଆଉ ଯେତେବେଳେ ଗୋଟେ ଛୋଟ ମେଣ୍ଢା ପଚାରିଲେ ଯେ ସେ ଲେଦର କୋଉଠୁ ଆସିବ ସେତେବେଳେ ସବୁ ମେଣ୍ଢାଙ୍କର ଚେତା ପଶିଲା ଓ  ମେଣ୍ଢା ମାନଙ୍କ ର ନେତା କୁ ବିଦା କଲେ | ହେଲେ ଆମେ କଣ ମେଣ୍ଢା ଯେ ଲେଦର ପାଁଇ ଡ଼ରିବୁ | ଆମର ତ ଟଙ୍କା ଦରକାର ନା ....................